ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ଯୁବ ନେତା ସଂଗ୍ରାମ ଜେନାଙ୍କ ପରଲୋକ

0 43

 

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜୋନଙ୍କ ବଡ଼ ପୁଅ ସଂଗ୍ରାମ ଜେନାଙ୍କ କରୋନାରେ ଦେହାନ୍ତ। ମୃତ୍ୟୁ ବେଳେକୁ ତାଙ୍କୁ ୪୩ ବର୍ଷ ହୋଇଥିଲା ସେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଥିଲେ । କରୋନରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରରେ ଚିକିତ୍ସିତ ହୋଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।ଏହାକୁ ନେଇ କଂଗ୍ରେସ ଭବନରେ ଶୋକ ଛାୟା ଖେଳିଯାଇଛି। ଏନେଇ ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବିକ, ସଂଗ୍ରାମ ୨ ମାସ ହେବ ହାଇଦ୍ରାବାଦରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ୍ରୁ ସୁସ୍ଥ ପରେ ଫୁସ୍ଫୁସ୍ ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଂଗ୍ରାମ ଆଖିବୁଜିଛନ୍ତି।

ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ । ଭଗବାନ ତାଙ୍କୁ ଆଗୁଆ ନେଇଗଲେ । ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ । ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ସୁର କହିଛନ୍ତି ।

Leave A Reply

Your email address will not be published.