ପୂର୍ବତନ ବିଧାୟକ ଅରୁଣ ଦେଙ୍କର ପରଲୋକ

କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ।

0 22

ଭୁବନେଶ୍ବର : ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ ।

ବାଲେଶ୍ବର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣ ଗତ ବର୍ଷ ବିଜେଡ଼ିକୁ ଫେରିଥିଲେ । ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ବିଜେଡ଼ିର ଜୀବନ ପ୍ରଦୀପ ଦାସଙ୍କଠାରୁ ହାରି ଯାଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ଏନସିପି ଟିକେଟରୁ ଲଢିଥିଲେ ।

ସେ ୧୯୭୧ରେ ବାମପନ୍ଥୀ ଚିନ୍ତାଧାରାରେ ପ୍ରେରିତ ହୋଇ ସିପିଆଇରେ ଯୋଗ ଦେଇଥିଲେ । ୧୯୯୪ ମସିହା ପର୍ଯ୍ୟନ୍ତ ସେ ଦଳ ସହ ରହିଥିଲେ । ୧୯୭୪,୧୯୮୦ ଏବଂ ୧୯୯୦ ସିପିଆଇ ପ୍ରାର୍ଥୀ ଭାବେ ସେ ବାଲେଶ୍ୱର ବିଧାନସଭାରୁ ୩ ଥର ବିଜୟୀ ହୋଇଥିଲେ ।

୧୯୪୬ ଏପ୍ରିଲ ୩୦ରେ ବାଲେଶ୍ୱରେ ଜିଲ୍ଲାରେ ଅରୁଣ ଦେଙ୍କ ଜନ୍ମ । କଲେଜ ଶିକ୍ଷା ପେରେ ସେ ଆଇନ ଅଧ୍ୟୟନ କରିଥିଲେ । ପରେ କିଛିଦିନ ପାଇଁ ଆଇନକୁ ପେଷା ଭାବେ ଗ୍ରହଣ କରିଥିଲେ ।

ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ୧୯୯୫ରେ ବିଜୟୀ ହୋଇଥିଲେ । ଏଥିରୁ ତାଙ୍କର ଲୋକପ୍ରିୟତା ବେଶ ଭଲ ବୋଲି ପ୍ରତିଫଳିତ ହୁଏ । ସେ ବେଶ୍ ଲୋକପ୍ରିୟ ନେତାଥିଲେ । ୨୦୦୪ ମସିହାରେ ସେ ଓଡିଶା ଗଣ ପରିଷଦ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ଲୋକସଭା ପାଇଁ ନିର୍ବାଚନ ଲଢି ହାରିଯାଇଥିଲେ । ଏହାପରେ ସେ ୨୦୧୪ ମସିହାରେ ବିଜେଡିରେ ଯୋଗ ଦେଇଥିଲେ । ପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇ ବାଲେଶ୍ୱର ବିଧାନସଭା ରେ ପ୍ରାର୍ଥୀ ହୋଇ ହାରିଯାଇଥିଲେ । ପରେ ପୁଣି ୨୦୨୦ରେ ସେ ବିଜେଡିକୁ ଫେରିଥିଲେ ।

Leave A Reply

Your email address will not be published.