ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର ଙ୍କ ପରଲୋକ

0 52

ପାଟଣାଗଡ(ଜଗଦୀଶ ଭୋଇ/ଆଦ୍ୟାଶା ନ୍ୟୁଜ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର ଙ୍କ ଆଜି ୭୯ ବର୍ଷ ବୟସ ରେ ପରଲୋକ ହୋଇଯାଇଛି।ସେ ଗତ ଦୁଇ ବର୍ଷ ହେବ ଯକୃତ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ସମୟରେ ତାଙ୍କର ଡା ଏଳିସିସ୍ ଚାଳିଥାଏ। ଗତ ରାତି ରେ ସେ ଅଧିକ ଆସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତୁ ଖବର ପାଇବା ପରେ ଅଞ୍ଚଳରେ ଶୋକ ର୍ ଛାୟା ଖେଳିଯାଇଛି। ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ରେ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସପ୍ତମ ବିଧାନସଭା ୧୯୭୭ ମସିହାରୁ ୧୯୮୦ମସିହା ପର୍ଯ୍ଯନ୍ତ ଏବଂ ଦଶମ ବିଧାନସଭା ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳ ରୁ ଟିକଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳ ରେ ଶାମିଲ ହୋଇଥିଲେ। ସେ ଜଣେ ଟାଣୁଆ ନେତା ଭାବେ ଅଞ୍ଚଲ ରେ ବେଶ୍ ଜଣା ଶୁଣା ଥିଲେ।

Leave A Reply

Your email address will not be published.