ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଦେହାନ୍ତ

0 8

ଭୁବନେଶ୍ବର : ଓଡିଶା ସରକାରଙ୍କ ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ‌ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରେ ଶୋଇଥିବା ସମୟରେ ଅକସ୍ମାତ୍ ବିୟୋଗ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଡିଆଳ ନିର୍ବାଚନ ମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି ।

ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ । ପ୍ରଥମେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳରୁ ୧୯୯୦ରେ ଖଡ଼ିଆଳରୁ ସେ ବିଧାନସଭାକୁ ଆସିଥିଲେ । ଏହାପରେ ପୁଣି ୧୯୯୫ରେ ସେଠାରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।

୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ସେହିବର୍ଷ ବିଧାନସଭା ନିର୍ବାଚନ‌ରେ ଭାରତୀୟ ଜନତା ପାର୍ଟିରୁ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣି ବିଜୁ ଜନତା ଦଳକୁ ଫେରି ଆସିଥିଲେ । ୧୯୩୮ ମସିହାରେ ଜନ୍ମିତ ସ୍ବର୍ଗତଃ ମାଝିଙ୍କର ୪ ପୁଅ ଏବଂ ଜଣେ ଝିଅ ଅଛନ୍ତି ।

Leave A Reply

Your email address will not be published.