ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

0 9

ଭୁବନେଶ୍ୱର : ଉମାଶଙ୍କର ମିଶ୍ରଙ୍କ ପରଲୋକ । ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ଘଟିଛି । ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଉମାଶଙ୍କର । ସେଠାରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ ମିଶ୍ର । ତେବେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । କହିରଖୁଛୁ ଏକମାତ୍ର ଓଡ଼ିଆ ଭାବରେ ସିବିଆଇ ନିର୍ଦ୍ଦେଶକ ରହିଥିବା ଉମାଶଙ୍କର ମିଶ୍ର ୨୦୦୩ରେ ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୮ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର ଉମାଶଙ୍କର ଓଡ଼ିଶାର ଏକମାତ୍ର ବ୍ୟକ୍ତି ଭାବରେ ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.