ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା , ଜଣେ ଅଭିଯୁକ୍ତ ଅଟକ

ଗଂଜେଇ କାରବାର କୁ ନେଇ ଶତ୍ରୁତା

0 1,535

ଛେଣ୍ଡିପଦା : ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକକୁ ଗୋଡାଇ ଗୋଡ଼ାଇ ହାଣିଲେ ଅନ୍ୟ ଜଣେ ଯୁବକ । ଅନଗୁଳ ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ୩୦ ବର୍ଷୀୟ ଜିତେନ୍ଦ୍ର ସାହୁ । ପୀତବାସ ସାହୁ ନାମକ ଯୁବକ ଗୋଡାଇ ଗୋଡାଇ ଟାଙ୍ଗିଆରେ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଛି ।

ପୂର୍ବ ଶତ୍ରୁତା ହି ହତ୍ୟାକାଣ୍ଡ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । କିଛି ବ୍ୟବସାୟିକ ଗଣ୍ଡଗୋଳ ମଧ୍ୟ ଅଛି ବୋଲି ଜଣାପଡିଛି । ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରିବା ସହ ପିତବାସ ସାହୁକୁ ଛେଣ୍ଡିପଦା ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚାଲିଛି।

Leave A Reply

Your email address will not be published.