ପେଟ୍ରୋଲ୍ ପମ୍ପ୍‌ରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

0 1,509

ପାଟଣାଗଡ  : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର କଲେଜ ଛକ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଲାଠୋରର ଭାରତ ପେଟ୍ରୋଲ ପମ୍ପରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଓ ଗଚ୍ଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ବଲାଙ୍ଗୀର ମୋବାଇଲ ଟିମ୍ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲା । ଚଢାଉ ବେଳେ ୭ ପେଟି ବିଦେଶୀ ମଦ ଜବତ କରିବା ସହ ଲାଠୋର ଗ୍ରାମର ଜଗତରାମ ବାଗ ନାମକ ଜଣେ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରିରଖିଛି । କେବଳ କର୍ମଚାରୀକୁ ଅଣାଗଲା । ପମ୍ପ୍ ମାଲିକକୁ କାହିଁକି ଗିରଫ କରାଗଲା ନାହିଁ ବୋଲି ପଚାରିବାରୁ ଚିରା ଚରିତ ଢଙ୍ଗରେ ପମ୍ପ୍ ମାଲିକକୁ ତଦନ୍ତ ପରିସରକୁ ଅଣାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଏବେ ପମ୍ପ୍ ମାଲିକକୁ କେବେ ତଦନ୍ତ ପରିସରକୁ ଅଣାଯିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.