ପେଟ୍ରୋଲ ଟ୍ୟାଙ୍କରରେ ପିଟି ହୋଇ ବାଇକ୍‌ ଜଳିଗଲା ,ଦୁଇ ମୃତ

0 16

ଆଠଗଡ଼ : ପେଟ୍ରୋଲ ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌। ଫଳରେ ବାଇକ୍‌ ଜଳିଯିବା ସହିତ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୁଣ୍ଟୁଣୀ-ନରସିଂହପୁର ରାସ୍ତାରେ ଘଟିଛି।

ଖୁଣ୍ଟୁଣୀ ଅଞ୍ଚଳର ପ୍ରଦୀପ ନାୟକ ଓ ପ୍ରକାଶ ନାୟକ ବାଇକ୍‌ରେ ଆଠଗଡ଼ ଅଭିମୁଖେ ଯାଉଛି। ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର କୁଲାଇଲୋଠାରେ ସମ୍ମୁଖରୁ ଆସୁଥିବା ପେଟ୍ରୋଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ବାଇକ। ଫଳରେ ଦୁଇ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଧକ୍କା ପରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ବାଇକ୍‌ଟି ପୋଡି ଯାଇଛି।

Leave A Reply

Your email address will not be published.