ପୈତୃକ ଗ୍ରାମ ଯୋଗୀସର୍ଡା ଗସ୍ତ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

0 5

ଲୋଇସିଂହା : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି ଲୋଇସିଂହା ବ୍ଲକ ଅଧିନସ୍ଥ ନିଜ ପୈତୃକ ଗ୍ରାମ ଯୋଗୀସର୍ଡା ଗସ୍ତ କରି ଫେରିଯାଇଛନ୍ତି । ଏହି ଅଵସରରେ ପ୍ରଥମେ ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ବାବାଙ୍କୁ ଦର୍ଶନ କରିଥିଲେ । ପରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବେ ସହିତ ସ୍ଥାନୀୟ ହାଇସ୍କୁଲ ପରିସରରେ ନିର୍ମାଣଧୀନ ସମ୍ମିଳନୀ କକ୍ଷ ଓ ବିଜ୍ଞାନ କକ୍ଷ ବୁଲି ଦେଖିଥିଲେ ।

ପ୍ରସ୍ତାବିତ କେଉଁଟିପାଳି ଛକରୁ ଶୈବପୀଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଉପରେ ସ୍ଥାନୀୟ ବାସିନ୍ଦା ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.