ପ୍ରଥମ ମହିଳା ଭାବେ ପ୍ରତିଭା ମହାପାତ୍ର ହଲେ ଏଡୋବ ଇଣ୍ଡିଆର ମୁଖ୍ୟ

0 14

ନୂଆଦିଲ୍ଲୀ – ପ୍ରଥମ ମହିଳା ଭାବେ ପ୍ରତିଭା ମହାପାତ୍ର ଏଡୋବ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରତିଭା ମହାପାତ୍ରଙ୍କୁ ଏଡୋବ ପକ୍ଷରୁ ଭାଇସ୍‌ ପ୍ରେସିଡେଣ୍ଟ ଏବଂ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ବିଶ୍ୱର ଏହି ପ୍ରସିଦ୍ଧ ସଫ୍ଟଓ୍ୱାର କମ୍ପାନୀ ପ୍ରତିଭାଙ୍କୁ ଭାରତର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି ।

ପ୍ରତିଭା ଆଇବିଏମ୍‌ରୁ ଏଡୋବକୁ ଆସିଥିଲେ । ଏଡୋବ ଇଣ୍ଡିଆର ଏଡୋବ ଏକ୍ସପେରିଏନ୍ସ କ୍ଲାଉଡ୍‌, ଏଡୋବ କ୍ରିଏଟିଭ୍‌ କ୍ଲାଉଡ୍‌ ଏବଂ ଏଡୋବ୍‌ ଡକ୍ୟୁମେଣ୍ଟ କ୍ଲାଉଡ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସେ ଏସିଆପେସିଫିକ୍‌ର ଏଡୋବ୍‌ ମୁଖ୍ୟ ସିମୋନ୍‌ ଟାଟେଙ୍କ ସହ କାର୍ଯ୍ୟ କରିବେ ।

ଏଡୋବର ବହୁ ଲୋକ ପ୍ରିୟ ଆପ୍ଲିକେସନ୍‌ ଏବଂ ସଫ୍ଟଓ୍ୱର ରହିଛି। ଛାତ୍ର , କଳାକାର, କ୍ଷୁଦ୍ର ବ୍ୟବସାୟ, ସରକାରୀ ସଂସ୍ଥା ସହ ବଡ ବଡ ଉଦ୍ୟୋଗ ଏଡୋବ ଉପରେ ନିର୍ଭରଶୀଳ । ଏହି କମ୍ପାନୀର ଭାରତର ମୁଖ୍ୟ ଭାବେ ଗୁରୁ ଦାୟିତ୍ୱ ମିଳିଥିବାରୁ ସେ ବେଶ୍‌ ଖୁସୀ ବୋଲି ପ୍ରତିଭା ମହାପାତ୍ର କହିଛନ୍ତି ।

ଆଇବିଏମ୍‌ରେ ଡିଜିଟାଲ୍‌ ସେଲ୍ସର ଏସିଆ ପେସିଫିକ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପିଡବ୍ଲୁସିରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପ୍ରତିଭା ଓଡ଼ିଆ ଏବଂ ସେତେବେଳର ଆର୍‌ଇସି ରାଉରକେଲାରେ ସେ ଇଂଜିନିୟରିଂ ଡିଗ୍ରୀ କରିଥିଲେ । ପରେ ଭୁବନେଶ୍ୱର ଏକ୍ସଆଇଏମ୍‌ବିରେ ସେ ମ୍ୟାନେଜ୍‌ମେଣ୍ଟରେ ଡିଗ୍ରୀ କରିଥିଲା ।

Leave A Reply

Your email address will not be published.