ଫରେଷ୍ଟର ଙ୍କ ବାସଭବନ ଓ ଅଫିସରେ ଭିଜିଲାନ୍ସ ରେଡ୍

0 17

ପଦ୍ମପୁର : ବରଗଡ଼ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ବାସଭବନରେ  ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପଦ୍ମପୁର ମାଷ୍ଟରକଲୋନୀ ସ୍ଥିତ ବାସଭବନ ଓ ଝରବନ୍ଧ ଅଫିସରେ ଏକକାଳୀନ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ  ଟିମ୍।

ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତେବେ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭିଜିଲାନ୍ସ ଟିମ୍‌ର ଚଢାଉ ଶେଷ ହେବା ପରେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.