ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ

ଧରାପଡିଲା ଫାଇନାନ୍ସ କର୍ମଚାରୀଙ୍କ ମିଛ

0 6

ଖୋର୍ଦ୍ଧ   : ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ତଦନ୍ତରୁ ଜଣାପଡିଛି ଯେ, ଭାରତ ଫାଇନାନ୍ସ କର୍ମଚାରୀ ରଣଜିତ ବେହେରା ଗୋଡିପଡା  ପଞ୍ଚାୟତ ଲହଗାଂ ଗ୍ରାମରୁ ସ୍ବୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଦୁଇ ଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ । ପରେ ରଣଜିତ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି  ୫୪,୦୫୩ ଟଙ୍କା ନେଇ ଆଖି ପିଛୁଳାକେ ପଳାଇଥିବାର ଅଭିଯୋଗ ହୋଇଥିଲା ଜଂକିଆ ଥାନାରେ ।

ଲୁଟର ଶିକାର ଯୁବକ ରଣଜିତ ବେହେରା ମଙ୍ଗଳବାର ପୋଲିସ ସମ୍ମୁଖରେ ବୟାନ  ଦେଇଥିଲେ । ହେଲେ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ନିଜେ ରଣଜିତକୁ ଜେରା କରିବା ପରେ ରଣଜିତ ନିଜେ ଚୋରୀ କରିଥିବା ମାନିଥିଲେ । ପରେ ମ୍ୟାନେଜର ଥାନାରେ ଅଭିଯୋଗ କଲା ପରେ ଜଙ୍କିଆ ପୋଲିସ ରଣଜିତଠାରୁ ଟଙ୍କା ଜବତ କରି ତାଙ୍କୁ  କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.