ଫେରାର ଦୁଷ୍କର୍ମ ଅଭିଯୁକ୍ତ କାଦୁଅ ଭିତରେ ଲୁଚିଥିଲାବେଳେ ପୋଲିସ ଧରିଲା

0 25

ରାଉରକେଲା  :  ପୋଲିସ କୁ ଚକମା ଦେଇ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଗତକାଲି ରାତିରେ ସରକାରୀ ହସ୍ପିଟାଲରୁ ଡାକ୍ତରୀ ମାଇନା ସମୟରେ ଫେରାର ହୋଇଥିଲା ।  ତେବେ ଆଜି କାଦୁଅ ମଧ୍ୟରେ ଲୁଚି ରହିଥିବା ବେଳେ ଗିରଫ କଲା ପୋଲିସ। ଆଜି ରାଉରକେଲା ଲୋରେଟୋ ଇଂଲିଶ ମିଡିୟମ ସ୍କୁଲ ପଛ ପଟରେ କାଦୁଅ ପାଣି ଭିତରେ ପଶି ରହିଥିଲା ଅଭିଯୁକ୍ତ । ଖବର ପାଇ ରଘୁନାଥ ପଲ୍ଲୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ନିଜ ଘର ପାଖ ଯୁବତୀ ସହ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୁକ୍ତ ଯୁବକକୁ ଡାକ୍ତରୀ ମାଇନା ପାଇଁ ରାଉରକେଲା ସରକାରୀ ମେଡିକାଲ କୁ ଆଣିଥିବା ସମୟରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିବାରେ ଫେଲ ମାରିଥିଲା । କିନ୍ତୁ ଆଜି ପୋଲିସ ଖବର ପାଇଥିଲା ଯେ ଅଭିଯୁକ୍ତ ଯୁବକ କାଦୁଅ ଭିତରେ ଲୁଚି ରହିଛି ତାକୁ ବର୍ତ୍ତମାନ ଗିରଫ କରିଛି ପୋଲିସ।

Leave A Reply

Your email address will not be published.