ବଣେଇ ବିଧାୟକଙ୍କ ନେତୃତ୍ବରେ ରେଳରୋକ ଓ ବିକ୍ଷୋଭ

0 23

କୋଇଡ଼ା / ଲହୁଣୀପଡ଼ା  (ରମେଶ ବେହେରା ) :-  କେ.ବଲାଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେଲୱେ ସାଇଡିଂ ଠାରେ ପର୍ଯ୍ୟାପ୍ତ ପରିମାଣର ଲୁହାପଥର ଯୋଗାଇ ଦେବା ଦାବିରେ ସିଆଇଟିୟୁ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନ କରାଯାଇଛି । ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ତଥା ସିଆଇଟିୟୁ ରାଜ୍ୟ ଉପସଭାପତି ତଥା ସିପିଆଇଏମ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ , ସିଆଇଟିୟୁ ଜିଲ୍ଲା ସମ୍ପାଦକ ବିମାନ ମଇତିଙ୍କ ଉପସ୍ଥିତିରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଶ୍ରମିକ ସାମିଲ ଥିଲେ ।


ପ୍ରକାଶ ଥାଉକି ଅଞ୍ଚଳର ବିମଳା ଗଡ଼ , ରକ୍ସି , ରେଞ୍ଜଡା , ପଟାସାହି , ଚାନ୍ଦିପୋଷ ଓ ବରସୁଆଁ’ ଠାରେ ଏହି ଛଅଟି ରେଲଓ୍ବେ ଲୋଡିଂ ସାଇଡିଙ୍ଗ ରହିଛି । ଏ ଅଞ୍ଚଳର ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଗରିବ ଆଦିବାସୀ ଶ୍ରମିକ ପରିବାର ର ଲୋକମାନେ ଏହି ରେଲଓ୍ବେ ଲୋଡିଙ୍ଗ ସାଇଡିଙ୍ଗ ରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ପ୍ରାୟ ତିନି ମାସ ହେବ ଏହି ରେଲଓ୍ବେ ଲୋଡିଂ ସାଇଡିଙ୍ଗ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଲୁହାପଥର ଯୋଗାଇ ଦିଆଯାଉ ନାହିଁ । ଯାହା ଫଳରେ ଏଠାରେ କାମ କରୁଥିବା ଶ୍ରମିକମାନଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି । ଖଣି ମାଲିକମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ସାଇଡିଙ୍ଗ ଗୁଡ଼ିକରେ ଲୁହାପଥର ନ ଦେଇ ବାହାର ଜିଲ୍ଲାକୁ ପଠାଯାଉଛି । ଯାହା କରୋନା କାଳରେ ଶ୍ରମିକମାନଙ୍କ ପରିବାର ପ୍ରତିପୋଷଣ ଚିନ୍ତାକୁ ଦୁଇଗୁଣିତ କରିଛି । ଏହି ଶ୍ରମିକ ମାରଣ ନୀତିକୁ ବିରୋଧ କରି ଏବଂ ଏହି ଛଅଟି ରେଲୱେ ଲୋଡିଂ ସାଇଡିଙ୍ଗ କୁ ପର୍ଯ୍ୟାପ୍ତ ପରିମାଣରେ ଲୁହାପଥର ଯୋଗାଇଦେବାକୁ ଦାବିକାରୀ ସିଆଇଟିୟୁ ପକ୍ଷରୁ ରେଳରୋକ ଆନ୍ଦୋଳନ କରାଯାଇଥିବା ବେଳେ ଆଜି ସକାଳ ୬ ଟାରୁ ପ୍ରାୟ ୨’ହଜାର ରୁ ଉର୍ଦ୍ଧ ଶ୍ରମିକ ପଟାସହି ରେଲୱେ ଲୋଡିଂ ସାଇଡିଙ୍ଗ ରେ ରେଳରୋକ ଆନ୍ଦୋଳନ କରିଥିଲେ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ନାରୀ ନେତ୍ରୀ ସୁଶିଳା ମୁଣ୍ଡା , ସରପଞ୍ଚ ରାଜେନ୍ଦ୍ର ମୁଣ୍ଡା , ତୁରୀ ମୁଣ୍ଡା , ଯୋଗେଶ୍ବର ମୁଣ୍ଡା , ଓମାନ୍ତ କୁମାର ମହାନ୍ତ ଏବଂ ବିରେନ୍ଦ୍ର ମୁଣ୍ଡା, ପ୍ରମୁଖଙ୍କ ସମେତ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଶ୍ରମିକ ଆନ୍ଦୋଳନ ରେ ଉପସ୍ଥିତ ରହିଥିଲେ ।
ସେହିପରି କୋଇଡ଼ାରେ ଆଜି ବଣାଇଁ ବିଧାୟକଙ୍କ ନେତୃତ୍ବରେ ହଜାର ହଜାର ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଆଇଟିୟୁ ବିଏମଏସ ଶ୍ରମିକ ସଙ୍ଗଠନ ସହିତ କୋଇଡ଼ା ବ୍ଲକ ର ବଣାଇ ଟ୍ରକ ଏବଂ ଟିପର ମାଲିକ ସଂଘ ପକ୍ଷରୁ କୋଇଡ଼ା ଅଞ୍ଚଳରେ ଥିବା ସମସ୍ତ ଖଣି ଓ ରେଲୱେ ସାଇଡିଙ୍ଗ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବହନ ବନ୍ଦ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର ତୁରନ୍ତ ସମାଧାନ ପାଇଁ ଏକ ସ୍ବତନ୍ତ୍ର ବୈଠକ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ’ଙ୍କ ଅଧ୍ୟକ୍ଷତାରେ କୋଇଡ଼ାଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସ୍ଥାନୀୟ ଖଣି କର୍ତ୍ତୁପକ୍ଷ ମଧ୍ୟ ଉସ୍ଥିତ ରହି ସମସ୍ୟାକୁ ନେଇ ବିଚାର ବିମର୍ଶ କରିଥିଲେ । ବୈଠକରେ ସମାଧାନ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଉକ୍ତ ବନ୍ଦ ପାଳନରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ସିଆଇଟିୟୁର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ କୁମାର ପଣ୍ଡା , ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ , ବିଏମ୍ଏସ୍ ପକ୍ଷରୁ ମହେଶ ସାହା , ବଣାଇଁ ଟ୍ରକ ଟିପର ମାଲିକ ସଂଘ କାର୍ଯ୍ୟକାରୀ ସଭାପତି ଅଶୋକ ସାମଲ , ସୁଶିଲା ମୁଣ୍ଡା ହୃଦାନନ୍ଦ ଯାଦବ , ଅମାନ୍ତ ମହାନ୍ତ , ଗୋପୀନାଥ ମହାନ୍ତ ସୁଦର୍ଶନ ପାତ୍ର ପ୍ରମୁଖ’ଙ୍କ ନେତୃତ୍ବରେ ଏହି ବିକ୍ଷବରେ ପାଞ୍ଚ ହଜାର ରୁ ଉର୍ଦ୍ଧ ଶ୍ରମିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.