ବରଗଡ଼ ବିକାଶ ହସ୍ପିଟାଲ ରେ ୪ ଲକ୍ଷ ଟଙ୍କା ପାଇଁ ଦୀର୍ଘ ୧୨ ଘଣ୍ଟା ହେଲାଣି ବନ୍ଧା ପଡିଛି ଶବ

0 94

ସମ୍ବଲପୁର(ସଂଜୀବପାଣିଗ୍ରାହୀ): ଘରୋଇ ଡାକ୍ତରଖାନା ଗୁଡିକରେ ର ଶୋଷଣର ଚିତ୍ର ପ୍ରାୟ ସମୟରେ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ବ୍ୟଥିତ କରିଛି ସେଭଳି ଏକ ଘଟଣା | ବରଗଡ଼ ର ବିକାଶ ହସ୍ପିଟାଲରେ ୪ ଲକ୍ଷ ୫୮ ହଜାର ଟଙ୍କା ପାଇଁ ଦୀର୍ଘ ୧୨ ଘଣ୍ଟା ହେଲାଣି ବନ୍ଧା ପଡିଛି ଜଣେ ରାଜନେତା ଙ୍କ ମୃତଦେହ । ସମ୍ବଲପୁର ଜ଼ିଲ୍ଲା ଜମନକିରା ବ୍ଲକ ଅଂଚଳ ର ଏହି ସମାଜସେବୀ ରାଜନେତା ଜଣଙ୍କ ବିକାଶ ହସ୍ପିଟାଲ ରେ କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ କର୍ତ୍ତୁପକ୍ଷ ଚିକିତ୍ସା ବାବଦକୁ ୧୪ ଲକ୍ଷ ଟଙ୍କା ୫୮ ହଜାର ଦାବି କରୁଛନ୍ତି | ତେବେ ପରିବାର ପକ୍ଷରୁ ୧୦ ଲକ୍ଷ ଟଙ୍କା ଜମା କରାଯାଇ ଥିବା ବେଳେ ବାକି ଅର୍ଥ ନ ଦେଲେ ଶବ ଛଡା ଯିବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରୁଥିବା ଜଣାଯାଇଛି | ମୃତକ ଜଣଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଏବେ ଡାକ୍ତରଖାନାରେ ହିଁ ଶବ ସଢୁଛି |

Leave A Reply

Your email address will not be published.