ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ

ବିଶାଳ ଦେବ ହେଲେ ଅର୍ଥ ସଚିବ

0 17

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ସରକାର ୫ଜଣ ବରିଷ୍ଠ ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି । ଆଇଏଏସ୍ ଅଶୋକ ମୀନାଙ୍କୁ ଅର୍ଥ ବିଭାଗରୁ ବଦଳି କରାଯାଇ ପଞ୍ଚାୟତିରାଜ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି। ଆଇଏଏସ୍ ବିଶାଳ ଦେବ ଅର୍ଥ ସଚିବ ଦାୟିତ୍ବ ଦିଆଯାଇଛି। । ଦେଓ ରଞ୍ଜନ ସିଂଙ୍କୁ ଇସ୍ପାତ ଓ ଖଣି ସଚିବ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଇସ୍ପାତ ଓ ଖଣି ସଚିବ ଥିବା ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ସଚିବ ଭାବେ ବଦଳି କରାଯିବା ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇଏଏସ ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.