ବାଂଶପାଳରେ ମାତିଛନ୍ତି ୧୨ ଟିକିଆ ହାତୀପଲ

ଜନଜୀବନ ଅସ୍ତବ୍ୟସ୍ତ

0 2

ବାଂଶପାଳ :   କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜରେ  ହାତୀ ଉପଦ୍ରବ ବଢି ଚାଲିଛି । ହାତୀପଲ ପ୍ରତିଦିନ ବିଭିନ୍ନ ଅଂଚଳରେ ପଶି ଉପଦ୍ରବ ଚଳାଉଛନ୍ତି। ବୁଧବାର ବାଲରାଇ ଓ କଣ୍ଡକଳା ଗ୍ରାମରେ ପଶି ହାତୀ ପଲ ଆତଙ୍କ ଖେଳାଇଛନ୍ତି।

୧୨ ଟିକିଆ ହାତୀପଲ ଦିନ ବେଳା ନିକଟସ୍ଥ ଚା ବଗିଚା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହୋଇ ଘର ଭାଙ୍ଗିବା ସହିତ ବିଭିନ୍ନ କ୍ଷୟକ୍ଷତି କରୁଛନ୍ତି । ଫଳରେ ଲୋକେ ଭୟଭୀତ ହୋଇ ରହୁଛନ୍ତି। ବୁଧବାର  ବିଳମ୍ବିତ ରାତିରେ ହାତୀପଲ ବାଲରାଇ ଗ୍ରାମର ଖଗେଶ୍ବର ସେଠୀଙ୍କ ଘର ଭାଙ୍ଗି ଦେବା ସହ ଘର ଭିତରେ ଥିବା ଧାନ ଚାଉଳ ଓ  ଆସବାଭ ପତ୍ର  ନଷ୍ଟ କରିଦେଇଛନ୍ତି। ଖଗେଶ୍ୱରଙ୍କ ପରିବାର ହାତୀ ଆସିଥିବା ଜାଣିପାରି ଘରୁ ଦୌଡ଼ି ପଳାଇଥିଲେ ।ରାତିରେ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରୁ ହାତୀ ପଲ ଜଙ୍ଗଲକୁ ପଳାଇଯାଇଥିଲେ।

ଏହାପରେ ନିକଟସ୍ଥ କଣ୍ଡକଳା ଗ୍ରାମରେ ପଶି ଯାଇ ହାତୀପଲ ଜିଞ୍ଜର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ।ଜିଞ୍ଜରଙ୍କ ପରିବାର ଘରୁ ବାହାରକୁ ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବନ ବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ବିଫଳ ହେଉଛି।ତେବେ ହାତୀ ପଲଙ୍କୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Leave A Reply

Your email address will not be published.