ବାଇକରେ ଆସିଲେ ଲୁଟିନେଲେ ମୋବାଇଲ

0 20

ଭୁବନେଶ୍ୱର  : ଭୁବନେଶ୍ୱରରେ ସଟଡ଼ାଉନରେ ମାତିଲେ ଲୁଟେରା । ସକାଳୁ ସକାଳୁ ବାଇକରେ ଆସି ସ୍ନାଚିଂ । ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୩ ଜଣ ଯୁବକ ଏହି କାଣ୍ଡ କରିଛନ୍ତି । ପରେ ଯୁବତୀ ଜଣକ ଏନେଇ ବଡଗଡ ଥାନାରେ ଏତଲା ଦେଇଛନ୍ତି । ଯୁବତୀ ଜଣଙ୍କ ଏକ ମଲରେ କାମ କରନ୍ତି । ସେ କୌଣସି କାମରେ ରାସ୍ତାରେ ଯାଉଥିବେବେଳେ ଦୁର୍ବୃତ୍ତମାନେ ଏପରି କରିଛନ୍ତି ।

ସୂଚନା ଥାଉକି, ଗତ କିଛିଦିନ ତଳେ ନୟାପଲ୍ଲୀ ମର୍ଣ୍ଣିଂଓ୍ୱାକରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଚେନ୍ ଲୁଟି ନେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୋଲିସ କଡା ପ୍ରହରା ଥାଇ ରାଜଧାନୀରେ ବଢିବାରେ ଲାଗିଛି ଲୁଟପାଟ୍ ।

Leave A Reply

Your email address will not be published.