ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ , ଅନ୍ୟ ଜଣେ ଆହତ

ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍

0 10

ଆନନ୍ଦପୁର : ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆନନ୍ଦପୁର ଥାନା ଅନ୍ତର୍ଗତ ଜଂଘାର ଗାଁର ଘଟିଛି ଏହି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଜଂଘାର ଗାଁର ପଙ୍କଜ ଘଡେଇ ଶନିବାର ସକାଳୁ ଦ୍ରୁତ ଗତିରେ ବାଇକ୍ ଚଳାଇ ଆନନ୍ଦପୁର ଯାଉଥିବା ସମୟରେ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଫଳରେ ବାଇକ୍ ଚଳାଉଥିବା ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧକ୍କା ହୋଇଥିବା ବ୍ୟକ୍ତି ଜଣଙ୍କ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.