ବାଇକ ଧକ୍କା ରେ ୪ ବର୍ଷ ଶିଶୁ ମୃତ ,ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

0 21

ବଙ୍ଗୋମୁଣ୍ଡା  :   ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନଂ ଜାତୀୟ ରାଜପଥ ବରୋବାହାଲ ନିକଟରେ ବାଇକ ଦୁର୍ଘଟଣାରେ ୪ ବର୍ଷର ଶିଶୁଙ୍କ ଜୀବନ ଚାଲି ଯାଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକୋ କରିଛନ୍ତି।

ବାପା ଙ୍କ ଦୋକାନ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ବେଳେ ମା’ ଙ୍କ ସହ  ଶିଶୁଟି ଘରକୁ ଯାଉଥିଲା। ଏହି ସମୟେର  ଏକ ବାଇକ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ୪ ବର୍ଷ ର ପୁଅ ବିବେକ ପୁଟେଲ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି ।ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଁଚି ବୁଝାସୁଝା  କରିଥିଲେ ମଧ୍ୟ ଲୋକମାନେ ନିଜ ଜିଦରେ ରହି  ରାସ୍ତାରୋକ ଜାରି  ରଖିଛନ୍ତି।

Leave A Reply

Your email address will not be published.