ବାଇକ ସହ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

0 3

ବାଲେଶ୍ବର,  : ବାଲେଶ୍ଵର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ଆଘିରିଆ ଗ୍ରାମରେ ଓ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଆଜି ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରୂପସା ଥାନା ଅନ୍ତର୍ଗତ ଆଗିରିଆ ଗ୍ରାମର ସୁବ୍ରତ ଗିରି। ଗତ କାଲି ସନ୍ଧ୍ୟା ସମୟରେ ରେ ଏହି ଟିମ ଚଢ଼ାଉ କରି ସୁବ୍ରତ କୁ ପୋଡାଡ଼ିହା ଛକ ନିକଟରୁ ଧରିଥିଲା। ତା ନିକଟରୁ ଓଡି୦୧ଇ୯୨୪୦ ନମ୍ବର ବିଶିଷ୍ଟ ଏକ ବାଇକ ଓ ମାରଣାସ୍ତ୍ର ସହିତ ୫ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ପୋଲିସ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁକରି ମାଜିଷ୍ଟ୍ରେଟ ଅତନୁ କୁମାର ପ୍ରଧାନ ,ଏସଡିପିଓ ଜଳନ୍ଧର ଜାଲିଙ୍କ ଉପସ୍ଥିତି ରେ ଅଧିକ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.