ବାପାଙ୍କ ଶୁଦ୍ଧିକ୍ରିୟା ବେଳେ ବୁଢା ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

0 10

ଯାଜପୁର : ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଯାଇଥିବାବେଳେ ବୁଢା ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଶନିବାର ଯାଜପୁର ସଦର ଥାନା ଚଇନପୁର ପଞ୍ଚାୟତ ବଗୁରୁଦାସପୁର ଗାଁର ନିହାର ନାୟକ ଓରଫ ତପୁ ବୁଢା ନଦୀରେ ଭାସି ଯାଇଥିଲେ।

ବଗୁରୁଦାସପୁର ଗାଁର ନିହାର ନାୟକ ବଡବାପାଙ୍କ ଦଶ ଶୁଦ୍ଧି କ୍ରିୟା କରିବାକୁ ପରିବାର ଲୋକଙ୍କ ସହ ବୁଢା ନଦୀରେ ଗାଧୋଉଥିଲେ । ହଠାତ ତପୁଙ୍କ ସାନ ଭାଇଙ୍କ ଗୋଡ ଖସିଯାଇଥିଲା । ସାନଭାଇ ବୁଡିଯାଉଥିବାର ଦେଖି ତାକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସି ଯାଇଥିଲେ ତପୁ । ସାନ ଭାଇ ସିନା ଉଦ୍ଧାର ହୋଇଗଲା କିନ୍ତୁ ତପୁ ଭିତରକୁ ଭାସିଯାଇଥିଲେ । ଘଟଣା ପ୍ରଘଟ ହେବା ପରେ ନଦୀ କୂଳରେ ଲୋକଙ୍କ ଭିଡ ଜମିଥିଲା । ଗତକାଲିଠୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ହେଲେ ଆଜି କିଛି ଲୋକ ଗୁରୁଦାସପୁର ନିକଟରେ ମୃତଦେହଟି ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

Leave A Reply

Your email address will not be published.