ବାରହା ମାଂସ ବିକ୍ରି ବେଳେ ୩ ଶିକାରୀ ଗିରଫ

0 9

ଢେଙ୍କାନାଳ, :  ଢେଙ୍କାନାଳ ଜିଲ୍ଲା ଅଶ୍ଵଖୋଲା ସଂରକ୍ଷିତ ଜଙ୍ଗଲରୁ ବାର ହା ଶିକାର କରି ମାଂସ କାଟି ବିକ୍ରୀ  କରୁଥିବା ବେଳେ ବନବିଭାଗ କର୍ମଚାରୀ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ୮କିଲୋଗ୍ରାମ ବାର ହା ମାଂସ , ଗୋଟିଏ ବାଇକ ଓ ମାଂସ କଟା ଛୁରୀ ଆଦି ଜବତ କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ଅଶ୍ଵଖୋଲା ସଂରକ୍ଷିତ ଜଙ୍ଗଲରୁ ବାର ହା ଶିକାର କରି ମାଂସ କାଟି ବିକ୍ରୀ  କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ୩ଜଣ ଶିକାରୀଙ୍କୁ ବନ କର୍ମଚାରୀମାନେ କାବୁ କରିଛନ୍ତି । ଗିରଫ ଶିକାରୀ ମାନେ ଗଁନ୍ଦିଆ ଥାନା ଅନ୍ତର୍ଗତ କରମୂଳ ଗ୍ରାମର ଉପେନ୍ଦ୍ର ନାଏକ,ମକୁନ୍ଦପୁରର ସଞ୍ଜୟ ପଣ୍ଡା ଓ କଙ୍କା ଗ୍ରାମର ବିକାଶ ମଲ୍ଲିକ । ଗିରଫ ୩ଜଣଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.