ବିଚ୍ ରାସ୍ତାରେ ପଡିଛି ଗଳା କଟା ହୋଇଥିବା ଯୁବକ ଙ୍କ ମୃତଦେହ

0 66

ଝାରସୁଗୁଡା,  : ବିଚ୍ ରାସ୍ତା ଉପରେ ପଡିଛି ଗଳା କଟା ହୋଇଥିବା ଜଣେ ଯୁବକ ଙ୍କ ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହରର ବେହେରାମାଲ ଅଞ୍ଚଳରେ ।

ସୂଚନାନୁସାରେ, ବେହେରାମାଳର ଏକ ଗଳି ରାସ୍ତା ରେ ଆଜି ସକାଳୁ ପଥଚାରୀ ମାନେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ । ଏନେଇ ଝାରସୁଗୁଡା ପୋଲିସକୁ ଖବର ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ଏସପି  ବିକାଶ ଦାଶଙ୍କ ସହ ଏସଡିପିଓ, ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ ତଦନ୍ତ ପରେ ମୃତକକୁ ଚିହ୍ନଟ କରାଯାଇଛି।ମୃତକ ଜଣକ ହେଲେ ମୁଙ୍ଗାପଡା ଅଞ୍ଚଳର ବିପିନ ସାହା।ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।ଗୁରୁବାର ବିଳମ୍ବିତ ରାତିରେ ଘଟଣା ହୋଇଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.