ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ

0 9

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ମହାସଚିବ ଓ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ବିଧାୟିକା ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସୁବାସିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଓ ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ କରାଯାଇଛି।

ଏହାଛଡ଼ା ୭ ଜଣ ଜୋନ ସଭାପତି, ୯ ଜଣ ବରିଷ୍ଠ ଉପସଭାପତି ଓ ୨୭ ଜଣ ଉପସଭାପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟ ମହିଳା ବିଜେଡିରେ ୩୫ ଜଣଙ୍କୁ ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମହିଳା ଓ୍ୱିଙ୍ଗକୁ ସୁଦୃଢ଼ କରିବା ଲାଗି ଏଭଳି ସାଙ୍ଗଠନିକ ପୁନର୍ବିନ୍ୟାସ କରାଯାଇଛି।

ସୂଚନାଥାଉ କି, ଏହା ପୂର୍ବରୁ ବିଜେଡି ପକ୍ଷରୁ ୬ ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଏହି ସିନିୟର ଅବଜରଭର୍‌ ତାଲିକାରେ ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତିଙ୍କ ନାଁ ରହିଛି।

Leave A Reply

Your email address will not be published.