ବିଦ୍ୟୁତ୍ ତାରରେ ବେକ ଚିପି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

0 35

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡ଼ଙ୍ଗା ଗାଁ ରେ  ବିଦ୍ୟୁତ୍ ତାରରେ ବେକ ଚିପି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ମୃତ ମହିଳାଙ୍କ ନାଁ ଉର୍ମିଳା ମାଝୀ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଜୟରାମ ମାଝୀ।

ମିଳିଥିବା ସୂଚନା ଅନୁଯାୟୀ, ଜୟରାମ ପ୍ରାୟତଃ ପତ୍ନୀ ଉର୍ମିଳାଙ୍କ ସହ ଝଗଡ଼ା କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ବି ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଜୟରାମ ଏକ ବିଦ୍ୟୁତ୍ ତାରରେ ଉର୍ମିଳାଙ୍କ ବେକକୁ ଚାପି ମାରି ଦେଇଥିଲେ।

ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୁଲିସ୍ ଜୟରାମଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସଂପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଏଠାରେ ସୂଚନାଯୋଗ୍ୟ, ଉର୍ମିଳାଙ୍କ ବାପ ଘର ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଝାଲକୁସମ ଗାଁରେ। ୫ ବର୍ଷ ତଳେ ସେ ଜୟରାମଙ୍କୁ ବାହା ହୋଇଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

 

Leave A Reply

Your email address will not be published.