ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ

0 3,022

ବୌଦ୍ଧ, : ବୌଦ୍ଧ ରେଞ୍ଜ ଅଧିନସ୍ଥ ବିରାମଚନ୍ଦ୍ରପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ହୋଇଛି। ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସକାଳୁ ବିରାମଚନ୍ଦ୍ରପୁର ଗ୍ରାମର କିଛି ଲୋକ ବିଦ୍ୟୁତ୍ ତାରରେ ଏକ ଭାଲୁର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତାକୁ ତଳକୁ ଓହ୍ଲାଇ ଦେଖିଲେ ଭାଲୁଟିର ମୃତ୍ୟୁ ହୋଇଛି । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଜିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ତେବେ ଅନେକ ଦିନରୁ ଏହି ବିଦ୍ୟୁତ୍ ତାର ଝୁଲି ରହିଥିବା ବିଦ୍ୟୁତ ବିଭାଗ ପାଖରେ ଖବର ଥିଲେ ମଧ୍ୟ ସେଥିପ୍ରତି ବିଭାଗ ଭୃକ୍ଷେପ କରିନଥିଲା । ଯାହା ଫଳରେ ଆଜି ଭାଲୁଟିର ମୃତ୍ୟୁ ହୋଇଛି।

Leave A Reply

Your email address will not be published.