ବିଧାୟକଙ୍କ ଗାଡି କୁ ନକ୍ସଲ ଙ୍କ ଗୁଳି : ଜଣେ ଯବାନ ସହିଦ

0 2,053

ମାଲକାନଗିରି  : ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅମଦେଇ ଘାଟିରେ ପୁଣି ମାଓ ହିଂସା। ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲା ଛୋଟେଡଙ୍ଗର ଥାନାରେ ମୁତୟନ ଥିବା ୪୫ ବାଟାଲିଅନର ଆଇଟିବିପି ଯବାନମାନେ ଅମଦେଇ ଘାଟିରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ରାସ୍ତା ଦେଇ ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପ ଯିବାର ଥିଲା । ତେଣୁ ବିଧାୟକଙ୍କ ଗାଡି ଘାଟି ରାସ୍ତାରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚାଳନା କରିଥିଲେ। ଆଇଟିବିପିର ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ।

ତେବେ ବିଧାୟକ ଚନ୍ଦନ କାଶ୍ୟପ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ଶହିଦ ଯବାନଙ୍କ ନାମ ଶିବ କୁମାର ମିନା ବୋଲି ଜଣାପଡ଼ିଛି । ଘଟଣା ପରେ ବିଧାୟକ ନାରାୟଣପୁର ଫେରିଥିବା ବେଳେ ଘଟଣା ସ୍ଥଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.