ବିଧାୟକ ଓ ବିଡ଼ିଓ ଦେଲେ କୁଡାନାଳି ମଲ୍ଲହାର ସାହି ସମସ୍ୟା ର ସମାଧାନ ପ୍ରତିଶୃତି

0 3

ନାକ୍ଟିଦେଉଳ : ଗତକାଲି ଆଦ୍ୟାଶା ନିଉଜ ପୋର୍ଟାଲ ରେ ପ୍ରକାଶିତ ହୋଇଥିବା ସମ୍ବାଦ “ପାଣି ଟୋପେ ପାଇଁ ଡହଳ ବିକଳ କୁଡାନାଳୀ ର ମଲହାର ସାହି ବାସିନ୍ଦା ” ପଢିବା ପରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳ ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଅତି ଶୀଘ୍ର ପାନୀୟ ଜଳ ସମସ୍ୟା ର ସମାଧାନ କରିବେ ବୋଲି ଆଦ୍ୟାଶା ନିଉଜ  କୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଇଂ ରୋହିତ ପୂଜାରୀ ଙ୍କ ଯୋଗୁ କୁଡାନାଳୀ ର ଗମନାଗମନ କ୍ଷେତ୍ର ବ୍ୟାପକ ଉନ୍ନତି ଘଟିଛି ।ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ  ଦୁର୍ଗମ ଗ୍ରାମ ଭାବେ ପରିଚିତ ଥିବା କୁଡାନାଳୀ ଏକ ନୂତନ ପରିଚୟ ପାଇବାକୁ ଯାଉଛି ।

ସେହିପରି ଆଜି ନାକ୍ଟିଦେଉଳ ବିଡ଼ିଓ ଶ୍ରୀ ବିବେକାନନ୍ଦ ସାହୁ ମଧ୍ୟ ପାନୀୟ ଜଳ ସମସ୍ୟା ର ସମାଧାନ ସହ ଦିବ୍ୟାଙ୍ଗ  ବାନା ପ୍ରଧାନ ଓ ଲୁକା ମାଝୀ (12 ବର୍ଷ)  ଙ୍କ  ଦିବ୍ୟାଙ୍ଗ ଭତ୍ତା ସହିତ ଆବାସ ଯୋଜନା ଘର ପାଇବା ସମ୍ପର୍କ ରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.