ବିଧାୟକ ଲକ୍ଷ୍ମଣ ମୁଣ୍ଡା’ଙ୍କ ଦ୍ୱାରା ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା।

0 123

ବଣାଇ:- (ଆଦ୍ୟାଶା ନ୍ୟୁଜ୍; )   ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପୈତୃକ ଗ୍ରାମ ଲଛଡ଼ା ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟଅତିଥିଭାବେ ଯଗ ଦେଇ ହକି ତାରକା ତଥା ବଣାଇ ମାଟିର ପୁଅ ବୀରେନ୍ଦ୍ର ଲାକ୍ରା ଦେଶପାଇଁ ଗୌରବ ଆଣି ଆମ ସମସ୍ତଙ୍କୁ ଗୌରବାନ୍ବିତ କରିଛନ୍ତି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥିଭାବେ ସିପିଆଇଏମ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାମଲ , ବ୍ଲକ ଉପାଧ୍ୟକ୍ଷ ପାତ୍ରାସ ଏକ୍କା , କୁଣ୍ଢେଇଡିହା ସରପଞ୍ଚ ଟେରେସା ମାଝୀ , ଫାଦର ଶରତ , ଫାଦର ଓ ଏଡୱାର୍ଡ ଟପ୍ପୋ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଲଚ୍ଛଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଥୋମାସ ବିଲୁଙ୍ଗ’ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା’ଙ୍କ ସହିତ ଅନ୍ତଜାତୀୟ ହକି ଖେଳାଳି ନୀଲମ ଖେସ , ସୀଲାନନ୍ଦ ଲାକ୍ରା ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ସେହିପରି ମଞ୍ଚାସୀନ ଥିବା ବୀରେନ୍ଦ୍ର ଲାକ୍ରାଙ୍କ ମାଆ ମେରୀ ଲାକ୍ରା , ଭାଇ ସୁଜିତ ଲାକ୍ରା , ଭଉଣୀ ମଞ୍ଜୁ ଲାକ୍ରା , ସୁନିତା ଲାକ୍ରା , ଅନୀତା ଲାକ୍ରା ଓ ସୁସ୍ମିତା ଲାକ୍ରା ପ୍ରମୁଖଙ୍କୁ ମଧ୍ୟ ମଞ୍ଚରେ ବସାଇ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ହକି ତାରକା ମିଳିତ ଭାବେ କେକ୍ କାଟି ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ଗ୍ରାମବାସୀ’ଙ୍କ ପକ୍ଷରୁ ବିରେନ୍ଦ୍ର ଲାକ୍ରା’ଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଟୋକିଓ ଅଲିମ୍ପିକ୍ସ ହକିରେ ମିଳିଥିବା ବ୍ରୋଞ୍ଜ ପଦକ ପାଇବାର ଅନୁଭୂତି ବିଷୟରେ ହକି ତାରକା ବିରେନ୍ଦ୍ର ଲାକ୍ରା ଉପସ୍ଥିତ ଗ୍ରାମବାସୀ’ଙ୍କ ମଧ୍ୟରେ ବାଣ୍ଟିଥିଲେ । ଏହା ପୂର୍ବରୁ ପ୍ରଥମେ ଲଛଡ଼ା ଗ୍ରାମ ମୁଣ୍ଡରୁ ଲଚ୍ଛଡା ଗ୍ରାମ ତଥା କୁଣ୍ଢେଇଡିହା ପଞ୍ଚାୟତ ପକ୍ଷରୁ ସ୍ବାଗତ ଜଣାଇ ଏକ ଶୋଭାଯାତ୍ରାରେ ପାରମ୍ପାରିକ ଆଦିବାସୀ ନୃତ୍ୟ ଗୀତର ତାଳେ ତାଳେ ବୀରେନ୍ଦ୍ର ଲାକ୍ରା ତଥା ତାଙ୍କ ସହଯୋଗୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ଏହି ଅବସରରେ ଲଚ୍ଛଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଲାକ୍ରା , ଗୁରୁଣ୍ଡିଆ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ଦଣ୍ଡିଆ ଟାମ୍ପରକେଲା ସିଆରସିସି ଧୀରେନ କୁମାର ସାହୁ , ବଣାଇ ଉପଖଣ୍ଡ କିସାନ ସମାଜର ସମ୍ପାଦକ ଉଗ୍ରସେନ କିସାନ , ବଣାଇ ଭାଜପା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନିହାର ରଞ୍ଜନ ସାହୁ , ଓମାନ୍ତ କୁମାର ମହାନ୍ତ , ସୁଶିଳା , ସଞ୍ଜୟ କୁମାର ଦଣ୍ଡସେନା , ବିଷ୍ଣୁଚରଣ ରାଉତ ପ୍ରମୁଖ ପହଞ୍ଚି ବୀରେନ୍ଦ୍ର ଲାକ୍ରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ। ଶେଷରେ ଗ୍ରାମବାସୀ’ଙ୍କ ତରଫରୁ ଲିନୁସ୍ ଲାକ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.