ବିମଲାଗଡ଼ ଠାରେ ସିଟୁ ଓ ବିଏମସ ପକ୍ଷରୁ ଏସଡବ୍ଲୁ ବିରୁଦ୍ଧ ରେ ରଣହୁଙ୍କାର

0 134

ବଣାଇ, : ବଣାଇ ଉପଖଣ୍ଡର ବିମଳାଗଡ଼ ରେଳ ସାଇଡିଂ ଠାରେ ସି ଆଇ ଟି ୟୁ ସୁନ୍ଦରଗଡ ଜିଲ୍ଲା କମିଟି ଏବଂ ଭାରତୀୟ ମଜଦୂର ସଂଘ ପକ୍ଷରୁ ଜେଏସ ଡବ୍ଲୁ କମ୍ପାନୀ ର ଶ୍ରମିକ ବିରୋଧୀ ନୀତି ବିରୋଧ ରେ ରଣ ହୁଙ୍କା ର ଦେଇ ଥିବା ଜଣା ପଡ଼ିଛି । ବଣାଇ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜେଏସ ଡବ୍ଲୁ କମ୍ପାନୀ ତୁରନ୍ତ ଯୋଡ଼ା, ବଡ଼ବିଲ, ବାଉଁଶୁଣି ସେକ୍ଟର ମାଧ୍ୟମରେ ଲୁହା ଗୁଣ୍ଡ ପରିବହନ କରୁଥିବା ରୁ ବଣାଇ ଉପଖଣ୍ଡରେ ଥିବା ୬ଟି ରେଳ ସାଇଡିଂ ରେ ସମ୍ପୂର୍ଣ୍ଣ ମାଲ ପରିବହନ ବନ୍ଦ ହୋଇଯାଇଛି  । ଫଳରେ ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର ଶ୍ରମିକ ଏବେ ବିଭିନ୍ନ ଅଭାବ ଅସୁବିଧା ମଧ୍ୟ ଦେଇ କାଳାତିପାତ କରୁଛନ୍ତି । ଜେଏସ ଡବ୍ଲୁ ଶ୍ରମିକ ମାରଣା ନୀତି ପରିହାର କରି ପଟା ସାହି, ବିମଳା ଗଡ଼, ରକ୍ସି, ଚାନ୍ଦିପୋଷ ଏବଂ ଚାନ୍ଦିପୋଷ ରେଳ ସାଇଡିଂ କୁ ଲୁହା ଗୁଣ୍ଡ ଯୋଗାଇବାକୁ ଏହି ବିଶାଳ ସମା ବେଶରେ ଦାବି କରାଯାଇଥିଲା । ଯଦି ଏଥିରେ ଜେଏସ ଡବ୍ଲୁ କମ୍ପାନୀ ବିଫଳ ହୁଏ ତା ହେଲେ ଆସନ୍ତା ୯ ତାରିଖରେ କୋଇଡା ଡି ଡି ଏମ୍ କାର୍ଯ୍ୟାଳୟ ଘେରାଉ କରାଯିବା ସହ୧୨ ତାରିଖ ଦିନ ୧୨ଟି ଯାକ ଖଣି କୁ ବଳପୂର୍ବକ ବନ୍ଦ କରି ଦେବାକୁ ଏହି ସମାବେଶ ରେ ବଜ୍ର ଶପଥ ନେଇ ଥିବା ଜଣା ପଡ଼ିଛି  । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ବିମଳାଗଡ଼-ତାଳଚେର ରେଳ ପ୍ରକଳ୍ପ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି ଜଣାଇଥିଲେ । ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନ୍ତ, ଏଚ କେ ଯାଦବ, ବୈଦ୍ୟନାଥ ଯାଦବ,ଓମନ୍ତ କୁମାର ମହନ୍ତ, ମହେଶ୍ୱର ସା, ବିମଳ ବୋଦ୍ରା, ମାଦି ଓରାମ ଙ୍କ ସମେତ ସି ଆଇ ଟି ୟୁ ଏବଂ ବିଏମ ଏସ ର ହଜାର ହଜାର ଶ୍ରମିକ ସମର୍ଥକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.