ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପଦ ଛାଡିଲେ ସନ୍ତୋଷ ଭୋଇ

0 31

ବୀରମହାରାଜପୁର,  : ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପଦ ଛାଡିଲେ ସନ୍ତୋଷ କୁମାର ଭୋଇ । ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟା କାରଣରୁ ଦେଲେ ଇସ୍ତଫା । ଏନେଇ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ସନ୍ତୋଷ । ନିଜ ପଦ ଛାଡିବା ସହ ରାଜନୀତିରୁ ଅବସର ନେବା ପାଇଁ ସେ ଘୋଷଣା କରିଛନ୍ତି।

ସନ୍ତୋଷ ଭୋଇ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚାର ସଭାପତି ମଧ୍ୟ ଅଛନ୍ତି । ଦଳ ତାଙ୍କ ଉପରେ ଦେଇଥିବା ଦାୟିତ୍ଵକୁ ସୁଚାରୁ ରୁପେ ପାଳନ କରିଥିବାବେଳେ ଆଗାମୀ ଦିନରେ ଦଳର ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି କହିଛନ୍ତି । ସେ ପୂର୍ବରୁ ଜଣେ କମ୍ପ୍ୟୁଟର ଶିକ୍ଷକ ଭାବେ ବେଶ୍ ଜଣାଶୁଣା ଥିଲେ । ପଦ ଛାଡିବା ପରେ ପୁଣି ଶିକ୍ଷକତା କରିବି ବୋଲି କହିଛନ୍ତି ସନ୍ତୋଷ । ତେବେ କୌଣସି ରାଜନୈତିକ ଚାପ କିମ୍ବା କୌଣସି ପ୍ରକାର ବିରୋଧର ଶିକାର ହୋଇ ପଦ ଛାଡି ନାହିଁ ବୋଲି କହିଛନ୍ତି । ଆଗାମୀ ଦିନରେ ଲୋକଙ୍କ ପାଇଁ ସେବା କାର୍ଯ୍ୟ ଜାରି ରଖିବା ସହ ଗରିବ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବି ବୋଲି କହିଛନ୍ତି ସନ୍ତୋଷ । ତେବେ ଆଗାମୀ ଦିନରେ କୌଣସି ପଦ ପଦବୀ ପାଇଁ ଲଢିବି ନାହିଁ ବୋଲି ସେ ଘଷୋଣା କରିଛନ୍ତି । ଆସନ୍ତା କାଲି ବ୍ୟକ୍ତିଗତ ଭାବେ ଲିଖିତ ଇସ୍ତଫା ପତ୍ର ବିଡିଓଙ୍କୁ ପ୍ରଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.