ବୁଡିଦୋ ଗ୍ରାମ ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା

0 18
ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସଂକ୍ରମିତ ଗ୍ରାମଗୁଡ଼ିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଜନସାଧାରଣଙ୍କ ଗ୍ରାମରୁ ବାହାରିବା ଉପରେ ରୋକ ଲଗାଯାଉଛି। ଏହି କ୍ରମରେ ଆଜି ବୁଡ଼ିଦୋ ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଜି ରିଆମାଳ ଥାନା ପୁଲିସ ସହାୟତାରେ ରିଆମାଳ ବ୍ଲକ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ନିର୍ଦ୍ଦେଶରେ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି ବୁଡ଼ିଦୋ ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ରିଆମାଳ ବ୍ଲକ ଅଞ୍ଚଳରେ ଗତ ୭ ତାରିଖ ଦିନ ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ୮ତାରିଖ ଦିନ ତିମୂର ଓ ପଳସମା ଏବଂ ଗତ ୧୧ ତାରିଖରେ ଉଟୁଣିଆ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।

କରିଥିଲେ। ରିଆମାଳ ବ୍ଲକ ଅଞ୍ଚଳରେ ଗତ ୭ ତାରିଖ ଦିନ ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ୮ତାରିଖ ଦିନ ତିମୂର ଓ ପଳସମା ଏବଂ ଗତ ୧୧ ତାରିଖରେ  ଉଟୁଣିଆ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.