ବୁର୍ଲା କୋଭିଡ଼ ହସ୍ପିଟାଲ ର ଭିତିରି କଥା

0 56

ବୁର୍ଲା (ପଶ୍ଚିମ ଓଡିଶା ବ୍ୟୁର ମୁଖ୍ୟ): ସତରେ କଣ ହୁଏ ସେ ଭିତରେ | ସତରେ କଣ ସେ ଭିତରେ ରୋଗୀଙ୍କୁ ଚିକିତ୍ସା କରାଯାଏ | ସତରେ କଣ ରୋଗୀଙ୍କ ଯତ୍ନ ନିଆଯାଏ | ସତରେ କଣ ରୋଗୀଙ୍କୁ ସଠିକ୍ ଅକ୍ସିଜେନ ଦିଆଯାଏ | ସତରେ କଣ ଭୋକରେ ଆଉଟୁ ପାଉଟୁ ହେଉଥିବା ରୋଗୀକୁ ସେ ଭିତରେ ଖାଇବାକୁ ଦିଆଯାଏ | ରୋଗୀ କୁ ଦରକାର ପରିମାଣ ରେ ସାଲାଇନ୍ ଦିଆଯାଏ କି ନାହିଁ | ଏ ପରି ଅନେକ ପ୍ରଶ୍ନ କିନ୍ତୁ ଉତ୍ତର ନାହିଁ କାହା ପାଖରେ ।

କୋଭିଡ୍ ହସପିଟାଲ ସମ୍ବୁଖରେ ଖୋଲା ଆକାଶ ତଳେ ଦିନ ରାତି ବସି ଚାତକ ପକ୍ଷୀ ପରି ନିଜ ନିଜ ରୋଗୀଙ୍କ ସଂପର୍କୀୟ ମାନେ ଏସବୁ ଭାବୁଥାଆନ୍ତି ଏ ସବୁ କଥା । କାରଣ କୋଭିଡ ହସପିଟାଲ ଗୁଡିକୁ ଏପରି ଦୁର୍ଭେଦ୍ୟ କରାଯାଇଛି ଯେ ପାର୍ଲିଆମେଣ୍ଟର ସୁରକ୍ଷା ମଧ୍ୟ ତା ତୁଳନାରେ କିଛି ନାହିଁ । କେହି ତା ଭିତରକୁ ପଶି ପାରିବେ ନାହିଁ । କେବଳ ଭିତର କୁ ଯିବେ ରୋଗୀହୋଇ ଓ ବାହାରିବେ ଶବ ହୋଇ। କାଁ ଭାଁ ଯଦି କେହି ରୋଗୀ ଭଲ ହୋଇ ଆସିଲେ କଥା ନ ଥିବ ତାଙ୍କ ପାଟିରେ କାରଣ ସେମାନେ ମୃତ୍ୟୁ କୁ ଅତି ନିକଟରୁ ଦେଖି ଆସି ଶଙ୍କିତ ଅବସ୍ଥାରେ ।

ଭିତରେ ପ୍ରତିଟି ମୂହୁର୍ତ୍ତରେ ମୃତ୍ୟୁ ଭୟରେ ଶଙ୍କିତ ରୋଗୀ ମାନେ ମୁହଁ ଚାପି ପଡି ରହିଥାନ୍ତି । ଅକ୍ସିଜେନ ସରିଗଲାଣି. . ନୂଆ ଅକ୍ସିଜେନ ଲଗେଇବା ପାଇଁ କେହି ନାହାଁନ୍ତି । ସାଲାଇନ ସରି ପାଇପରେ ରକ୍ତ ଚଢିଗଲାଣି , ଦିଦି ମାନେ ନିଜ ନିଜ ଚେମ୍ବରରେ ବସି ମୋବାଇଲରେ ଫେସବୁକ ହ୍ୱାଟସଅପ୍ ଷ୍ଟାଟସ ରେ ବ୍ୟସ୍ତ । କାରଣ ହାତୀ ମଲେ ଲକ୍ଷେ ଓ ଜିଏନଲେ ଲକ୍ଷେ ପର ରୋଗୀ ମାରି ଗଲେ କେତେ ଓ ରୋଗୀ ବଞ୍ଚିଲେ କେତେ ଟଙ୍କା ସେଲେରି ତ ତାଙ୍କୁ ପୁରା ମିଳିଯାଉଛି । ଆଉ ଏମିତିରେ ଯେଉଁ ରୋଗୀର ଭଲ ହୋଇଯିବାର ବି ସମ୍ଭାବନା ଥିବ ସେ ଏ ଦୁର୍ଗ ଭିତରେ ପଶି ବାହାରିବା ବେଳକୁ ମୃତ ଘୋଷିତ ହୋଇ ସାରିଥିବ।

ବାରମ୍ବାର ଅଭିଯୋଗ ହେଲା ପରେ ମଧ୍ୟ ମେଡିକାଲର କୋଣ ଅନୁକୋଣରେ, କ୍ୟାଣ୍ଟିନ ଠୁ ନେଇକି ସାଇକେଲ ଷ୍ଟାଣ୍ଡ ପର୍ଯ୍ୟନ୍ତ ସିସି ଟିଭି କ୍ୟାମେରା ଲଗେଇଥିବା ମେଡିକାଲ କର୍ତ୍ତୃପକ୍ଷ କାହିଁକି ଏପରି ଏକ ଅତି ସମ୍ବେଦନଶୀଳ ୱାର୍ଡରେ ସିସି ଟିଭି ଲଗାଉ ନାହାଁନ୍ତି ? ମେଡିକାଲ ସାମନାରେ ଏତେ ବଡ ଡିସପ୍ଲେ ବୋର୍ଡ ରେ ରାତିଦିନ ପଲସ ପୋଲିଓ ବିଜ୍ଞାପନ ଜାଗାରେ କୋଭିଡ ୱାର୍ଡର ସିଧା ପ୍ରସାରଣ କାହିଁକି କରାଯାଉନାହିଁ ? ସିସି ଟିଭି ଲଗେଇଲେ ସବୁ ଧରାପଡିଯିବା ଭୟରେ ସିସିଟିଭି ଲଗାଯାଉ ନାହିଁ କି ? ଚିକିତ୍ସାରେ ଅବହେଳା ହେଉଥିବା ରୋଗୀ ମାନଙ୍କ ଅଭିଯୋଗ ସତ୍ଯ କି ? ନା ଭିତରେ ଆଉକିଛି ହେଉଛି ?

“ଏସବୁ ଦେଖି ଲାଗୁଛି ପୁରା ଦାଲ୍ ହି କାଲା ହୈ ”

ମେଡିକାଲ କର୍ତ୍ତୃପକ୍ଷ ଯେଉଁ ପର୍ଯ୍ୟନ୍ତ ପ୍ରତ୍ୟେକଟି ଇଣ୍ଡୋର ୱାର୍ଡରେ ସିସି ଟିଭି କ୍ୟାମେରା ଲଗାଉ ନାହାଁନ୍ତି ଓ ମେଡିକାଲ୍ ଭିତରେ କର୍ମଚାରୀଙ୍କ ସ୍ମାର୍ଟ ଫୋନ ବ୍ୟବହାର ବନ୍ଦ କରୁନାହାଁନ୍ତି ସେ ପର୍ଯ୍ୟନ୍ତ ରୋଗୀ ଠିକ୍ ସ୍ୱାସ୍ଥ୍ୟ ସେବା ପାଇବା ଆଶା କରିବା ସମ୍ପୂର୍ଣ ବୃଥା. . .

Leave A Reply

Your email address will not be published.