ବ୍ଲାକ୍ ପଲସର ଆସି ଫାଇନାନ୍ସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୮୦ହଜାର ଟଙ୍କା

0 8

ବାଲିପାଟଣା :  ବାଲିଅନ୍ତାରେ ବ୍ଲାକ୍ ପଲସର ଆତଙ୍କ । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରି ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ଘଟଣା ଘଟିଛି ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର-କଣ୍ଟାପଡା ରାସ୍ତା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ । ଗୁରୁତର ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଭାରତ ଫାଇନାନ୍ସର ଜଣେ କର୍ମଚାରୀ ଋଣ ଟଙ୍କା ସଂଗ୍ରହ କରି ବାଲିଅନ୍ତା ଅଭିମୁଖେ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବ୍ଲାକ୍ ପଲ୍‌ସରରେ ତାଙ୍କୁ ପିଛା କରିଥିଲେ । ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ କର୍ମଚାରୀ ଜଣଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ । ପରେ ଏକ ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତକୁ ହାଣି ଟଙ୍କା ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ । ଆକ୍ରମଣରେ ଗୁରୁତର କର୍ମଚାରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗ ହସ୍ପିଟାଲ୍‌ ପଠାଇଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.