ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘାଙ୍କୁ ମିଳିଲା ପୁଲିତଜର ପୁରସ୍କାର

0 21

ନ୍ୟୁୟର୍କ : ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଲନଙ୍କୁ ମିଳିଲା ପ୍ରସିଦ୍ଧ ପୁଲିତଜର ପୁରସ୍କାରର। ସାରା ଦୁନିଆ ଆଗରେ ଚୀନର ମୁଖା ଖୋଲି ଦେଇଥିବାରୁ ମେଘାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ସାମ୍ବାଦିକତା କ୍ଷେତ୍ରର ଉତ୍ତମ ପ୍ରଦର୍ଶନ ଯୋଗୁ  ଆମେରିକା ଏହି ସର୍ବୋଚ୍ଚ ସମ୍ମାନ ଦେଇଥାଏ।

ତେବେ ମେଘାଙ୍କ ସହିତ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ପୁଲିତଜର ପୁରସ୍କାର ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଉ ଜଣେ  ଭାରତୀୟ ବଂଶୋଦ୍ଭବ ରହିଛନ୍ତି।

ମୁସଲମାନ ଓ ସଂଖ୍ୟାଲଘୁ ଗୋଷ୍ଠୀଙ୍କ  ଅଟକ ରଖିବା ପାଇଁ ଚାଇନା କିପରି ଡିଟେନସନ୍‌ ବା ଅଟକଗୃହ ପ୍ରସ୍ତୁତ କରିଛି ସେ ନେଇ ମେଘାଙ୍କ ତଦନ୍ତମୂଳକ ରିପୋର୍ଟିଂ ପାଇଁ ତାଙ୍କୁ ଆମେରିକା ଏହି ପୁରସ୍କାର ପ୍ରଦାନ କରିଛି।

ଚାଇନାର ଜିନଜିଆଙ୍ଗ ଅଞ୍ଚଳରେ ମୁସଲମାନ ଓ ସଂଖ୍ୟା ଲଘୁଙ୍କ ପାଇଁ ଡିଟେନସନ୍ ସେଣ୍ଟର ତିଆରି କରାଯାଇଥିଲା। ଯାହାର ପର୍ଦ୍ଦାଫାସ କରିଥିଲା ମେଘାଙ୍କ ତଦନ୍ତକାରୀ ରିପୋର୍ଟିଂ। ମେଘାଙ୍କ ଏହି ରିପୋର୍ଟ ଦେଖି ସାରା ବିଶ୍ୱ ଚାଇନାର ବର୍ବରତା ବିଷୟରେ ଜାଣିପାରିଥିଲା।

Leave A Reply

Your email address will not be published.