ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍, ୧୨ ଜଣ ଆହତ

0 5

ଭଞ୍ଜନଗର  : ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ। ଏହି ଦୁର୍ଘଟଣା ଭଞ୍ଜନଗର ଲାଠିପଡ଼ା ନିକଟରେ ଘଟିଛି। ବସଟି ଗୌଡ଼ଗୋଠରୁ କୃଷକ ମାନଙ୍କୁ ନେଇ ଭଞ୍ଜନଗର ଆସୁଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଞ୍ଜନଗର ମେଡିକେଲକୁ ପଠାଯାଇଥିବା ଜଣାପଡିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.