ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

ଅଳ୍ପକେ ବର୍ତ୍ତଲେ ଚାଳକ ଓ ହେଲପର୍

0 17

କୋଷାଗୁମୁଡା : ବଡଆମ୍ବଡାଠାରେ ଏକ ଚାଉଳ ବୋଝେଇ ଟ୍ରକ(ଓଆର୧୦ସି-୯୨୨୮) ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିବାବେଳେ ଉଭୟ ଚାଳକ ଓ ହେଲପର୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ୨୫୦ ବସ୍ତା ଚାଉଳ ଧରି ଗାଡିଟି ନବରଙ୍ଗପୁରରୁ ବଡଆମ୍ବଡା ପଞ୍ଚାୟତକୁ ଯାଉଥିଲା । ଅପରାହ୍ଣ ପ୍ରାୟ ୫ ଟାରେ ବଡଆମ୍ବଡା ମୁଖ୍ୟ ରାସ୍ତାରେ ଗାଡିଟି ରାସ୍ତାରୁ ଧସିଯାଇ ଓଲଟି ପଡିଥିଲା । ଚାଉଳ ବସ୍ତାସବୁ ଗାଡିରୁ ଖସି ପାଖରେ ଜମା ହୋଇଥିବା ପାଣିରେ ପଡି ଯାଇଥିଲା । କିନ୍ତୁ ଦୁର୍ଘଟଣାରୁ ଚାଳକ ଓ ହେଲପର୍‌ ବର୍ତ୍ତି ଯାଇଥିଲେ ।

ସୂଚନାଯୋଗ୍ୟ, ପାନୀୟ ଜଳ ଯୋଗାଣ ପାଇଁ ଜେଏମସି ଠିକା କମ୍ପାନି ପକ୍ଷରୁ ମେଗା ପ୍ରକଳ୍ପରେ ରାସ୍ତା ପାଶ୍ୱର୍ ଖୋଳାଯାଇଛି । ଖୋଳାଯାଇଥିବା ସ୍ଥାନରେ ଠିକ୍‌ଭାବେ ମାଟି ପକାଯାଇ ନଥିବାରୁ ଅନେକ ସମୟରେ ଗାଡିମୋଟର ଦୁର୍ଘଟଣା ଘଟୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.