ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

0 14

ମୟୁରଭଞ୍ଜ,  :  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗ୍ରାମପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଆଜି ସକାଳେ ଗ୍ରାମର ସାକ୍ଷୀ ମହାନ୍ତ ଶୌଚ ହେବା ପାଇଁ ଘର ବାଡ଼ି ପଛ ପଟକୁ ଯାଇଥିଲେ। ଏହି ସମୟରେ  ଜଙ୍ଗଲ ଭିତରୁ  ଆସି ତାଙ୍କ ବାଡ଼ି ପଛ ପଟେ ଥିବା ଦୁଇଟି ଭାଲୁଙ୍କ ସମ୍ମୁଖରେ ପଡିଯାଇଥିଲେ।ଭାଲୁ ଆକ୍ରମଣ କରିବାରୁ ବୃଦ୍ଧା ଜଣକ ପାଟି କରିଥିଲେ।ପାଟି ଶୁଣି ପରିବାର ଲୋକେ ସେଠାକୁ ଦୌଡ଼ି ଯିବାରୁ ଭାଲୁ ଦୁଇଟି ନିକଟ ଜଙ୍ଗଲ କୁ ପଳାଇ ଯାଇଥିଲେ।ଆକ୍ରମଣ ର ଶିକାର ବୃଦ୍ଧା ଙ୍କୁ ପରିବାର ଲୋକେ ଉଦ୍ଧାର  ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବୃଦ୍ଧା ଙ୍କ ଡାହାଣ ଗୋଡ ଜଙ୍ଘ ରେ ଭାଲୁ କାମୁଡି ଗଭୀର କ୍ଷତ କରିଦେଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.