ଭିଜିଲାନ୍ସ ଜାଲ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଚଢ଼ାଉ

0 101

ପାଟଣାଗଡ଼, :  ମୁରିବାହଲ ବ୍ଲକ ଚଲକୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିସମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ଚଢାଉ । ପାଟଣାଗଡ଼ ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜ ବାସଭବନ ତମିଆଁରେ ଭିଜିଲାନ୍ସ ଚଢ଼ାଉ କରିଛି।

ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଛି। ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେଙ୍କ ନେତୃତ୍ୱରେ ସମ୍ବଲପୁର ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ଅଛନ୍ତି। ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ ।

Leave A Reply

Your email address will not be published.