ଭିଜିଲାନ୍ସ ପଞ୍ଝାରେ ନୂଆପଡା ସିଡିଭିଓ,୨ ଲକ୍ଷ ୭୭ ହଜାର ନେଇ କଟକ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

0 4

ନୂଆପଡା,  :  ଭିଜିଲାନ୍ସ ପଞ୍ଝାରେ ନୂଆପଡା ସିଡିଭିଓ ତ୍ରିଲୋଚନ ଧଳ । ୨ ଲକ୍ଷ ୭୭ ହଜାର ନେଇ କଟକ ଯାଉଥିବା ବେଳେ ହଠାତ୍ ଝାମ୍ପ ମାରିଲା ଭିଜିଲାନ୍ସ ଟିମ୍ । କୌଣସି ସୁତ୍ରରୁ ଖବର ପାଇ ରାତି ୨ ଟାରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ । ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରଳା ସ୍ଥିତ ପୈତୃକ ବାସଭବନରେ ଏବେ ରେଡ୍ ଚାଲିଛି ।

କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ଵରେ କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଏହି ଚଢାଉ କରିଛି । ଗତକାଲି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଜଣେ ମହିଳା କିରାଣି ପ୍ରତିମା ଦାସ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ନୂଆପଡା ଜିଲ୍ଲାରେ ପୁଣି ଜଣେ ଅଧିକାରୀ ପଡିଛନ୍ତି ଭିଜିଲାନ୍ସ ପଞ୍ଝାରେ ।

Leave A Reply

Your email address will not be published.