ଭୁବନେଶ୍ୱର ରୁ ୫୫୦ ଗ୍ରାମ୍ ବ୍ରାଉନସୁଗାର ଜବତ : ମହିଳାଙ୍କ ସମେତ ୨ ଗିରଫ, ୩୪ ଲକ୍ଷ ଟଙ୍କା ଜବତ

0 2,015

ଭୁବନେଶ୍ବର : ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ସହିଦନଗର ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଏହି ଦୁଇ ବେପାରୀଙ୍କଠୁ ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ୩୪ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ କାର, ବାଇକ ମଧ୍ୟ ଜବତ କରାଯାଇଛି ।

ସହିଦନଗର ପୋଲିସ ସ୍ପେଶାଲ ସ୍କ୍ବାର୍ଡ ଦ୍ବାରା ଚଢାଉ ବେଳେ ଧରାପଡିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଏହି ରାକେଟ୍ ର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ୍ ଖସିଯାଇଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଜଣେ ମହିଳା ଥିବା ଜଣାପଡିଛି । ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଏହି ରାକେଟ୍ ର ଲିଙ୍କ୍ ଖୋଜୁଛି ପୋଲିସ । ଏହି ରାକେଟ୍ ପଛରେ ଜଳେଶ୍ବର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.