ମଦ୍ୟପ ର ଅଶ୍ଳୀଳ ଗାଳିଗୁଲଜ କୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

0 9

ସମ୍ବଲପୁର  : ମଦ ପିଇ ଅସଭ୍ୟ ଭାଷାରେ ଗାଳି କରୁଥିଲେ, ଆକଟ କରିବାରୁ ଜଣେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏନେଇ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ସମ୍ବଲପୁର ମାଲତୀ ଗୁଣ୍ଡେରପୁର ଠାରେ ରାସ୍ତାରୋକ କରିଛନ୍ତି ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଖବର ଅନୁଯାୟୀ, ଗାଁର ଶୁଶୀଲ ବାଗ ମଦ ପିଇ ଆସି ପ୍ରତିଦିନ ପରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା | ତେବେ ଗାଁର ବୃଦ୍ଧା ମାଖନୀ ବାଗ ଏହାକୁ ବିରୋଧ କରିବାରୁ ସୁଶୀଲ ବାଗ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି | ଯାହାଫଳରେ ସ୍ଥାନୀୟ ଲୋକେ ମୃତଦେହ ରଖି ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି |

Leave A Reply

Your email address will not be published.