ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ମାଡ଼ ମାରିଲା ସ୍ୱାମୀ

ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

0 6

ବଲାଙ୍ଗିର,  : ମଦ ପିଇବାକୁ ଟଙ୍କା ନଦେବାରୁ ସ୍ୱାମୀ ମାଡ଼ ମାରୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସାଗରପଡାର ତୃପ୍ତି ସେଠ ପୁଲିସର ଦ୍ୱାରସ୍ଥ ହେବାପରେ ପଡ଼ାର ମହିଳାମାନେ ତାଙ୍କ ସମର୍ଥନରେ ବାହାରି ସ୍ୱାମୀ ଜୀବର୍ଦ୍ଧନ ସେଠ୍‌ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ପ୍ରାୟ ସବୁଦିନ ମଦ ପିଇବାକୁ ଟଙ୍କା ମାଗିଥାନ୍ତି । ଟଙ୍କା ନଦେଲେ ଗାଳିଗୁଲଜ କରି ମାଡମାରି ଟଙ୍କା ନେଇ ମଦ ପିଇଥାନ୍ତି। ଶୁକ୍ରବାର ଅପରାହ୍ନ ୨ଟାରେ ମଦ ପିଇବାକୁ ସେ ପତ୍ନୀକୁ ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ମାଡମାରିଥିଲେ । ଯାହା ଅସହ୍ୟ ହେବାରୁ ପଡାର ମହିଳା ଗୋଷ୍ଠୀ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏହାପରେ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୁଲିସ ଭୀମ ଭୋଇ ମେଡିକାଲକୁ ନେଇଥଲା ଏବଂ ସ୍ୱାମୀ ଜୀବର୍ଦ୍ଧନକୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

Leave A Reply

Your email address will not be published.