ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

0 18

ଭଦ୍ରକ ୨୨।୭: ଭଦ୍ରକ ସହରର ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରି ବେଳକ ଭିଡିଓ ସିସିଟିଭିରେ କଏଦ ହୋଇଛି । ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗି ଦେବା ସହ, ସେଥିମଧ୍ୟରୁ ଦାନ ଟଙ୍କା ନେଇଯାଇଥିବା ସୂଚନା ମିଳିଛି ।  ଠାକୁରଙ୍କ ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଗ୍ରୀଲ ତାଲା ଭାଙ୍ଗି ଏଭଳି ଉପାୟରେ ଲୁଟ୍ କରିଛନ୍ତି ଲୁଟେରା ।  ଗୁରୁବାର ସକାଳେ କିଛି ଲୋକ ମନ୍ଦିର ଆସିଥିବା ସମୟରେ ଦାନ ବାକ୍ସଟି ବାହାରେ ପଡ଼ିଥିବା ଲୋକଙ୍କ ନଜରକୁ ଆସିଥିଲା ।  ପରେ ମନ୍ଦିର ଗ୍ରୀଲ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିରରୁ ଚୋରି ହୋଇଥିବା ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।

Leave A Reply

Your email address will not be published.