ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ , ଅସୁସ୍ଥ ବାପାଙ୍କୁ ଦେଖିବାକୁ ରାଉରକେଲା ଯାଉଥିଲେ

0 101

ବୌଦ୍ଧ : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଘଟିଛି ଏହି  ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର। ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଗୁରୁତର ହୋଇ ପଡିଛନ୍ତି।

ମୃତକ ଦ୍ୱୟ ହେଲେ ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ସେମାନେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଉଦ୍ଧାର କରିଥିଲା ଓ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଅଧିକ ଖରାପ ଥିବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁରୁଣାକଟକ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ  କରୁଛି।

Leave A Reply

Your email address will not be published.