ମହିଳା ସୁରକ୍ଷା କର୍ମୀଙ୍କ ସ୍ତନ୍ୟପାନ ସମୟର ଭିଡିଓ ରେକର୍ଡିଂ କରିଥିବା ଲମ୍ପଟ ସୁପରଭାଇଜର୍‌ ଗିରଫ ହେଲା

0 50,045

ବୁର୍ଲା : ବୁର୍ଲା ମେଡିକାଲ ସୁରକ୍ଷା ଭାର ସମ୍ଭାଳୁଥିବା ଘରୋଇ ସୁରକ୍ଷା ସଂସ୍ଥା ଏକଜ୍ୟୁକୁଟିଭ୍‌ ସର୍ଭିସେସ୍‌ରେ କାମ କରୁଥିବା ଏକ ମହିଳା ସୁରକ୍ଷା କର୍ମୀଙ୍କ ସ୍ତନ୍ୟପାନ ସମୟର ଭିଡିଓ ଉତ୍ତୋଳନ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ସଂସ୍ଥାର ରସିକିଆ ସୁପରଭାଇଜର୍‌ କାସିମ୍‌ ଖାନକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ, ଏହି ଘଟଣାକୁ ଚପେଇ ଦେବା ପାଇଁ ସଂସ୍ଥା ପକ୍ଷରୁ ହୋଇଥିବା ସବୁ ଉଦ୍ୟମ ଫେଲ୍‌ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉ କି, ବୁର୍ଲା ମେଡିକାଲ ସୁରକ୍ଷା ଦାୟିତ୍ୱରେ ଥିବା ଏକଜ୍ୟୁକୁଟିଭ୍‌ ସର୍ଭିସେସ୍‌ ସୁରକ୍ଷା ସଂସ୍ଥାରେ ବୁର୍ଲା ଅଞ୍ଚଳର ଜଣେ ମହିଳା ସୁରକ୍ଷା କର୍ମୀ ଭାବରେ କାମ କରନ୍ତି । ଉକ୍ତ ମହିଳାଙ୍କୁ ମେଡିକାଲର ଲେଡିଜ୍‌ ହଷ୍ଟେଲରେ ଡ୍ୟୁଟି ଦିଆଯାଇଥିଲା । ମହିଳା ସୁରକ୍ଷା କର୍ମୀଙ୍କ ୨ ବର୍ଷର ପୁଅ ଅସୁସ୍ଥ ଥିବାରୁ ସେ ଛୁଟି ମାଗିଥିଲେ । କିନ୍ତୁ, ଛୁଟି ମିଳିନଥିଲା । ଶେଷରେ ଶିଶୁଟିର ଅବସ୍ଥା ଦେଖି ସହି ପାରିନଥିଲେ ମହିଳା ସୁରକ୍ଷା କର୍ମୀ । କିଛି ସମୟର ବିରତି ମାଗିଥିଲେ ହଷ୍ଟେଲ ପରିଚାରିକାଙ୍କ ଠାରୁ । ଏହାପରେ ହଷ୍ଟେଲର ଏକ କୋଠରୀରେ ବସି ନିଜ ଛୁଆକୁ କ୍ଷୀର ପିଆଉଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଯେ ଲେଡିଜ୍‌ ହଷ୍ଟେଲ ପରିସରକୁ ପଶି ଆସିଥିଲା ଏକଜ୍ୟୁକୁଟିଭ୍‌ ସର୍ଭିସେସ୍‌ ସୁରକ୍ଷା ସଂସ୍ଥାର ପୁରୁଷ ସୁପରଭାଇଜର କାସିମ ଖାନ୍‌ । ସମସ୍ତଙ୍କ ଆଖିରେ ଧୂଳି ଦେଇ ଆଇନ୍‌କୁ ଆଖିଠାର କରି ପୁରୁଷ ସୁପରଭାଇଜର କାସିମ ଲେଡିଜ୍‌ ହଷ୍ଟେଲରେ ପଶିବା ସହ ମହିଳା ସୁରକ୍ଷା କର୍ମୀ ଜଣକ ତାଙ୍କ ଛୁଆକୁ କ୍ଷୀର ଖୁଆଉଥିବା ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡିଂ କରି ଚାଲିଥିଲା । ମହିଳା ସୁରକ୍ଷା କର୍ମୀ ଏହି ଘଟଣା ଜାଣିବା ବେଳକୁ ତାଙ୍କର ଭିଡିଓ ରେକର୍ଡ ହୋଇସାରିଥିଲା । ସେ ଏହାକୁ ବିରୋଧ କରିବା ସହିତ ଭିଡିଓ ଡିଲିଟ୍‌ କରିବାକୁ କାକୁତି ମିନତି ବି ହୋଇଥିଲେ । କିନ୍ତୁ ପୁରୁଷ ସୁପରଭାଇଜର ଜଣକ ଶୁଣିନଥିଲା । ବରଂ ଭିଡିଓ ଡିଲିଟ୍‌ କରିବାକୁ ହେଲେ ସାଙ୍ଗରେ ଶାରୀରିକ ସଂପର୍କ ରଖିବାର ସର୍ତ୍ତ ରଖିଥିଲା । ଏପରିକି ଏଥିରେ ରାଜି ନ ହେଲେ ବାଥ୍‌ରୁମ୍‌ରେ ପଶି ମଧ୍ୟ ଭିଡିଓ କରିପାରିବ ବୋଲି ଧମକ ଦେଇଥିବା ନେଇ ଥାନାରେ ଏତଲା ହୋଇଥିଲା ।

Leave A Reply

Your email address will not be published.