ମାସ୍କ ଚେକିଂ କୁ ନେଇ ପୁଲିସ୍‌ ଏସ୍‌ଆଇଙ୍କୁ ଜେଲ୍‌ ୱାର୍ଡର ଙ୍କ ଆକ୍ରମଣ

0 13
  1. ଉଦଳା : ମାସ୍କ ଚେକିଂ କୁ ନେଇ  ମୟୂରଭଞ୍ଜ ଜିଲ୍ଲା ଉଦଳା ରେ  ଜଣେ କାର୍ଯ୍ୟରତ ପୁଲିସ୍‌ ଏସ୍‌ଆଇଙ୍କୁ ଜଣେ ଜେଲ୍‌ ୱାର୍ଡର ବିଚ୍ ରାସ୍ତାରେ ଠେଲାପେଲା କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିର ଉଦଳା ପୁଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ଅରବିନ୍ଦ ସ୍କୁଲ ନିକଟରେ ଚାରି ଜଣ ବ୍ୟକ୍ତି ଛିଡ଼ା ହୋଇଥିବା ପାଟ୍ରୋଲିଂ ଟିମ୍ ଦେଖିଥିଲା। ଉକ୍ତ ବ୍ୟକ୍ତିମାନେ ମାସ୍କ ପିନ୍ଧି ନଥିବା ଦେଖି ପାଟ୍ରୋଲିଂ ଦାୟିତ୍ୱରେ ଥିବା ଏସ୍‌ଆଇ ଶଶୀଭୂଷଣ ପରିଡ଼ା ସେମାନଙ୍କୁ ତାଗିଦ୍ କରିଥିଲେ। ସେହି ୪ ଜଣଙ୍କ ମଧ୍ୟରେ ଥିଲେ ବାରିପଦା ଜେଲ୍‌ର ୱାର୍ଡର ମନୋଜ କୁମାର କୁଅଁର। ଏସ୍‌ଆଇ ମାସ୍କ ପିନ୍ଧିବା ନେଇ ତାଗିଦ କରିବା ପରେ ମନୋଜ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେ ଏସ୍‌ଆଇଙ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ। ଏହା ପରେ ଅନ୍ୟ ପୁଲିସ୍‌ମାନେ ତାଙ୍କୁ କାବୁ କରି ଗାଡ଼ିରେ ବସାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେମାନଙ୍କୁ ମଧ୍ୟ ଠେଲାପେଲା କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ମନୋଜ କୁମାର କୁଅଁର ନିଶା ସେବନ କରି ଏମିତି କାଣ୍ଡ କରିଥିବା କୁହାଯାଉଛି। ବାରିପଦା ଜେଲ୍‌ରୁ କରଞ୍ଜିଆକୁ ତାଙ୍କର ବଦଳି ହୋଇଛି। କିନ୍ତୁ ସେ କରଞ୍ଜିଆରେ କାର୍ଯ୍ୟରେ ଯୋଗ ଦେଇ ନଥିବା ଜଣାପଡ଼ିଛି।

Leave A Reply

Your email address will not be published.