ମା’ ସହିତ ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଭାଇ

0 22

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଚୁଡ଼ାପୁରୁଗ ଗାଁରେ ମା’ ସହିତ ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଭାଇ। ଘଟଣା ଟି ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।

ମୃତ ଦୁଇ ଶିଶୁ ହେଲେ ଅମିତ ଖଡ଼ିଆ ଓ ଅଜିତ ଖଡ଼ିଆ। ଅମିତକୁ ୬ ବର୍ଷ ଓ ଅଜିତକୁ ୪ ବର୍ଷ ହୋଇଥିଲା।

ଅମିତ ଓ ଅଜିତ ଆଜି ସେମାନଙ୍କ ମା’ ସୁନୀତା ଖଡ଼ିଆ ସହିତ ଗାଧୋଇବାକୁ ଗାଁ ନିକଟସ୍ଥ ସୁରୁବାଲି ନାଳକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ କିଭଳି ଭାବେ ଦୁଇ ଶିଶୁ ବୁଡ଼ି ଗଲେ, ତାହା ସ୍ପଷ୍ଟ ହୋଇପାରିନି।

ମିଳିଥିବା ସୂଚନା ଅନୁଯାୟୀ, ଅନୀତା ଗାଧୋଇ ସାରିବା ପରେ ଛୁଆ ଦୁଇଟିକୁ ସେଠାରେ ଦେଖିବାକୁ ପାଇ ନଥିଲେ। ସେ ଭାବିଥିଲେ ଛୁଆ ଦୁଇଟି ଘରକୁ ଫେରି ଯାଇଛନ୍ତି। କିନ୍ତୁ ଘରକୁ ଫେରିବା ପରେ ବି ସେ ଛୁଆ ଦୁଇଟିକୁ ପାଇ ନଥିଲେ। ୟା ଭିତରେ ପ୍ରାୟ ଘଣ୍ଟାଏ ବିତି ଯାଇଥିଲା। ଏହା ପରେ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ନାଳରେ ସେମାନେ ପ୍ରଥମେ ଅମିତର ମୃତଦେହ ଭାସୁଥିବା ଦେଖିଥିଲେ। ଏହା ପରେ ସେମାନେ ଅଜିତର ମୃତଦେହ ପାଇଥିଲେ।

ମୃତଦେହ ଦୁଇଟିକୁ ଗ୍ରାମବାସୀ ରେଢାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ବି ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.