ମା’ ହେଲେ ଶ୍ରେୟା ଘୋଷାଲ

0 8

ମୁମ୍ବାଇ: ବଲିଉଡ୍‌ ଅନ୍ୟତମ ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲ ମା’ ହୋଇଛନ୍ତି। ଶନିବାର ଅପରାହ୍ଣରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ସୋଶାଲ୍ ମିଡିଆ ଯୋଗେ ସେ ସମସ୍ତଙ୍କ ସହିତ ଏହି ଖବରଟିକୁ ଶେଆର କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏ ସଂପର୍କରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି ଯେ ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନଥିଲେ। ଏହା ସହିତ ଆଶୀର୍ବାଦ କରିଥିବାରୁ ସେ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଓ ତାଙ୍କ ପରିବାର ବହୁତ ଖୁସି ଥିବା ସେ ଜଣାଇଛନ୍ତି।

ଶ୍ରେୟାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଥିଲା। ବିଶାଲ ଦଦଲାନି, ଅଦିତି ଶର୍ମା ଓ ଦିଆ ମିର୍ଜାଙ୍କ ଭଳି ସେଲେବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଗତ ମାର୍ଚ୍ଚ ମାସରେ ଗର୍ଭବତୀ ଥିବା କଥା ସାର୍ବଜନୀନ କରିଥିଲେ ଶ୍ରେୟା। ଏହା ପରେ ପରେ ସେ ତାଙ୍କର ଅନେକ ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

Leave A Reply

Your email address will not be published.